ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ ।

ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ । ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ଜୁନିଅଲ ଆକାଉଣ୍ଟାଣ୍ଟ । ରାଇସ ମିଲ ମାଲିକଙ୍କ ବକେୟା ବିଲ ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆକାଉଣ୍ଟାଣ୍ଟ । ଅନୁଗୁଳ ସିଭିଲ ସପ୍ଲାଇ ଅଫିସର ଦୁଇ ଜୁନିଅର ଆକାଉଣ୍ଟାଣ୍ଟ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ।

ଏକ ରାଇସ ମିଲର ପୋଷଣଯୁକ୍ତ ଚାଉଳ ବାବଦକୁ ଦେୟ ପ୍ରଦାନ କରିବାକୁ ରାଇସ ମିଲ ମାଲିକଙ୍କ ଠାରୁ ଲାଞ୍ଚ ମାଗିଥିଲେ । ଗତ ଏକ ମାସ ଧରି ତାଙ୍କୁ ବାରମ୍ବାର ଅଫିସକୁ ଦଉଡ଼ାଇଥିଲେ । ସେମାନଙ୍କୁ ୫୦ ହଜାର ଟଙ୍କା ନଦେଲେ ବକେୟା ଟଙ୍କା ମଞ୍ଜୁର ହେବ ନାହିଁ ବୋଲି କହିଥିଲେ । ଏନେଇ ରାଇସ ମିଲ ମାଲିକ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ପରେ ଦୁଇ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନସ । ଉଭୟଙ୍କ ବିରୋଧରେ ଆୟବର୍ହିଭୁତ ସଂପତ୍ତି ଠୁଳ ନେଇ ଚଢଉ କରିଛି ଭିଜିଲାନସ ।

ଅଧିକ ପଢନ୍ତୁ