ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ ।

ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ ।ପୂର୍ବ ସରକାରରେ ସରକାରୀ ବିଲ୍ଡିଂଠାରୁ ଆରମ୍ଭ କରି ସ୍କୁଲର ରଙ୍ଗ ବଦଳିଥିଲା, ଯାହାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ସେପରି ବର୍ତ୍ତମାନର ସରକାର ସ୍କୁଲ ରଙ୍ଗ ବଦଳାଇବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ