ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ବର୍ତ୍ତମାନ ସମସ୍ୟା ଘେରରେ । ସେହ୍ବାଗଙ୍କ ସାନ ଭାଇ ବିନୋଦ ସେହ୍ବାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି । ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ଥିଲା।କିନ୍ତୁ ସେ କୋର୍ଟରେ ହଜାର ହୋଇନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି।କୋର୍ଟରେ ହାଜର ପରେ ବିନୋଦ ସେହ୍ବାଗଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି । ବିନୋଦ ସେହ୍ବାଗଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି, ଏହା ପରେ ଖୁବଶୀଘ୍ର ଶୁଣାଣି ହେବ ।
ବିରେନ୍ଦ୍ର ସେହ୍ବାଗ ଟିମ ଇଣ୍ଡିଆର ପୂର୍ବତନ ଓପନର । ବିନୋଦ ସେହ୍ବାଗ ତାଙ୍କ ସାନ ଭାଇ । ବିରେନ୍ଦ୍ର ସେହ୍ବାଗଙ୍କ ୪ ଭାଇ ଭଉଣୀ ରହିଛନ୍ତି । ଦୁଇ ଭଉଣୀ ତାଙ୍କଠାରୁ ବଡ଼ ହୋଇଥିବା ବେଳେ ଭାଇ ତାଙ୍କ ଠାରୁ ସାନ । ଏବେ ପୋଲିସ ତାଙ୍କୁ ଗିରଫ କରି ହେପାଜତକୁ ପଠାଇଛି ।