ବଢ଼ିବ ତାତି, ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ

ଆହୁରି ବଢ଼ିବ ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ । ଆଗାମୀ ୪ରୁ ୫ ଦିନ ଭିତରେ ତାପମାତ୍ରା ବୃଦ୍ଧି ପାଇବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି ।ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍‌ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ