ଓଡ଼ିଆ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ପାଳିତ । ଭୁବନେଶ୍ବରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହା ପରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ବାବୁଶାନ ତାଙ୍କୁ ପାଛୋଟି ନେଇଥିଲେ।
ଏହାପରେ ନବୀନ ସିଧାସଳଖ ଯାଇ ଉତ୍ତମଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଏକ ସୋଫାରେ ବସି ନବୀନ ବହୁଶାନଙ୍କ ସହିତ କିଛି କଥା ହୋଇଥିଲେ। ବାବୁଶାନ ଏଠାରେ ନବୀନଙ୍କୁ ଉତ୍ତମଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଥିବା ‘ଉତ୍ତମ ସର୍ବୋତ୍ତମ’ ପୁସ୍ତକ ଉପହାର ଦେଇଥିଲେ।