ରାଜ୍ୟରେ ରାଜସ୍ବ ବଢାଉଛି ତମାଖୁ, ଗୁଟକା

ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରକାଶ କରିଛନ୍ତି।ସେହିପରି ୨୦୧୪-୧୫ରେ ଏହି ଉତ୍ପାଦ ରାଜସ୍ବକୁ ୧୭୪.୭୧ କୋଟି ଦେଇଥିଲା । ସେହିପରି ୨୦୨୩-୨୪ରେ ଏହାଠାରୁ ୧୦୧୨.୫୬ କୋଟି ଆଦାୟ ହୋଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ପ୍ରାୟ ୧୬ଟି ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟ୍‌ଖା, ତମାଖୁ ଇତ୍ୟାଦି ଆମଦାନୀ ହେଉଛି ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ବର୍ଷ ପରେ ବର୍ଷ ଏହି ଉତ୍ପାଦଗୁଡ଼ିକରୁ ଟିକସ ଆଦାୟ ନିରନ୍ତର ବୃଦ୍ଧି ପାଇଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ, ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ, ରାଜ୍ୟ ତମାଖୁ ଏବଂ ପାନ ମସଲା ବିକ୍ରୟରୁ ୧,୦୪୭.୮୨ କୋଟି ଟଙ୍କା ଆଦାୟ କରିସାରିଛି।

ଅଧିକ ପଢନ୍ତୁ