ରାଜ୍ୟରେ ବଢ଼ୁଛି କୁଷ୍ଠ ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।। ୨୦୦୬-୨୦୦୭ରେ ୫, ୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ଜଣ କୁଷ୍ଠ ରୋଗୀ ଥିଲେ । ୨୦୨୩-୨୪ରେ ଏହା କମି ୮ ହଜାର ୩୯୬ରେ ପହଞ୍ଚିଥିଲା । ସେହିପରି ୨୦୦୬-୦୭ରେ କୁଷ୍ଠ ରୋଗୀଙ୍କ ପାଇଁ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୧୪୩୯.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩-୨୪ରେ ୮୩୯୬ ରାଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟରେ କ୍ରମାଗତ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଆଗାମୀ ଦିନରେ ସରକାରଙ୍କ ତରଫରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ