ପାଣ୍ଡେରାରେ ସ୍ଥାପନ ହେବ ଆଧୁନିକ ମାଛ ମାର୍କେଟ୍ରା

ଜଧାନୀରେ ୫୦ କୋଟି ଟଙ୍କାର ଏକ ଆଧୁନିକ ମାଛ ବଜାର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ କେନ୍ଦ୍ରକୁ ଯାଇଥିଲା । ଖୁସିର କଥା ହେଉଛି କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ପାଣ୍ଡେରା ନିକଟରେ ୫.୮୦ ଏକର ଜମିରେ ଏହି ଆଧୁନିକ ମାଛ ମାର୍କେଟ ସ୍ଥାପନ କରାଯିବ, ଏଥିପାଇଁ ୫୦ କୋଟିର ଅନୁଦାନ ମଞ୍ଜୁର କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital