ଏଣିକି ଯୁକ୍ତ ୨ ପରେ ବିଇଡି କରିପାରିବେ ଛାତ୍ରଛାତ୍ରୀ

ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି।ସୂଚନା ଥାଉକି, ରାଜ୍ୟରେ ବି.ଇଡି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତାରେ ହୋଇଛି ପରିବର୍ତ୍ତନ । ଆଗକୁ ଯୁକ୍ତ ୨ ପରେ ବି.ଇଡି କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଆସିବ ନୂଆ କୋର୍ସ ITEP । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ଆଜି ସ୍ୱାକ୍ଷରିତ ହୋଇଚି। ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବି.ଇଡି ପାଠପଢ଼ା । Intigreted teacher education programme ନାଁରେ ରହିବ ନୂଆ କୋର୍ସ ।

ଅଧିକ ପଢନ୍ତୁ