ହୋଲିରେ ସିଝିବ ଓଡ଼ିଶା । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ ।

ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କନ୍ଧମାଳ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ । ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ । ହାଲୁକା ପୋଷାକ ପିନ୍ଧନ୍ତୁ ।

ପ୍ରଚୁର ପାଣି, ସରବତ ଏବଂ ଓଆର୍‌ଏସ୍‌ ପିଅନ୍ତୁ । ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ଚିଠି କରାଯାଇଛି ।

ଅଧିକ ପଢନ୍ତୁ