ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି କହିଲା ଏନଏଚଆରସି ।
ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଇଥିଲେ କର୍ତ୍ତୃପକ୍ଷ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିଥିଲେ ୨ ଜଣିଆ ଏନଏଚଆରସି ଟିମ୍ ।କିଟ୍ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶବିଦ୍ୟାଳୟର ଅଧିକାରୀ, ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍ଏଚ୍ଆର୍ସି ଦର୍ଶାଇଛନ୍ତି।