ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା।ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସୁନା ଗହଣା ଜବତ ହୋଇଥିଲା। ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ମୋଟ ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଏବେ ଯନ୍ତ୍ରୀଙ୍କୁ ଅଟକ ରଖି ତନାଘନା କରୁଛି।

ଅଧିକ ପଢନ୍ତୁ

Odisha Darpan Digital