ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟସଚିବ ଶକ୍ତିକାନ୍ତ ଦାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ ଯାଇ ଘଟଗାଁ ମା’ତାରିଣୀଙ୍କ ଦର୍ଶନ କରିଛନ୍ତି।ଆସନ୍ତା ୨୦ ଅର୍ଥାତ କାଲି ପର୍ଯ୍ୟନ୍ତ ଓଡ଼ିଶାରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ।ପିଏମଓଙ୍କ ଟପ୍ ଅଫିସରଙ୍କ ଏକକାଳିନ ଓଡ଼ିଶା ଗସ୍ତକୁ ନେଇ ନାନା ଚର୍ଚ୍ଚା ବଢ଼ିଛି। ପିଏମଓଙ୍କ ଅନ୍ୟତମ ସଚିବ ପିକେ ମିଶ୍ର ମଧ୍ୟ ଓଡ଼ିଶାରେ ଅଛନ୍ତି। ଶ୍ରୀଯୁକ୍ତ ଦାସ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥିଲେ। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମା’ତାରିଣୀଙ୍କ ଧାନ ମୂର୍ତ୍ତି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମା’ଙ୍କ ଦର୍ଶନ ନେଇ ବହୁ ଦିନରୁ ଅଭିଳାଷା ଥିଲା। ମା’ଙ୍କ ଦର୍ଶନ କରି ଆଶ୍ରିବାଦ ଲାଭ କଲେ ବୋଲି ଦର୍ଶନ ପରେ ଶକ୍ତିକାନ୍ତ ଦାସ କହିଥିଲେ।

ଅଧିକ ପଢନ୍ତୁ

Odisha Darpan Digital