ଆଉ ହେବନି ବିଦ୍ୟୁତ କାଟ୍‌, ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ।ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି।

ସେ ଆହୁରି କହିଛନ୍ତି ଯେ, କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ସମାଧାନ ହେଉଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଲେ ମଧ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital