ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀରରୁ ମିଳିଛି ତାଙ୍କୁ ଏହି ଧମକ । ୨୩ ଏପ୍ରିଲରେ ଦିଲ୍ଲୀ ପୋଲିସରେ ଏହି ମାମଲାରେ ଏଫଆଇଆର ଦାଖଲ କରିଛନ୍ତି ଗମ୍ଭୀର । ସେ ତାଙ୍କ ପରିବାର ପାଇଁ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। କୁହାଯାଉଛି ଯେ ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଆସିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଏଥିପାଇଁ ସାଇବର ସେଲର ଟିମ୍ ଇମେଲ ଟ୍ରାକ କରିବା ସହ ଟେକ୍ନିକାଲ ବିଶ୍ଳେଷଣ କରୁଛି । ତେବେ ଏଯାଏଁ ଏହି ମେଲ କିଏ ପଠାଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।ଇମେଲ୍ ଲେଖା ଯାଇଛି I Will Kill you ।
