ଯାଜପୁର ଧର୍ମଶାଳାରେ ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର ଇଚ୍ଛା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଁର ବାଉରୀବନ୍ଧୁ ରାଉତ ୭ ବର୍ଷ ପୂର୍ବେ ସେହି ଗାଁରେ ବିବାହ କରିଥିଲେ । ହେଲେ ସ୍ତ୍ରୀର ମାନସିକ ସମସ୍ୟା ଥିବା ଅଭିଯୋଗ କରି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପତ୍ନୀ ଓ ତାଙ୍କ ପୁଅ ସେମାନଙ୍କ ବାପ ଘରେ ରହୁଥିଲେ । ମଙ୍ଗଳବାର ପୁଅ ଟ୍ୟୁସନରୁ ଫେରି ଖେଳିବାକୁ ଯାଇଥିଲା ହେଲେ ଘରକୁ ଫେରିନଥିଲା । ବିଳମ୍ବ ହେବାରୁ ପୁଅର ମାମୁଁଘର ଲୋକେ ବହୁତ ଖୋଜାଖୋଜି କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଆଜି ଗାଁର ଏକ ଅବ୍ୟବହୃତ ପୋଖରୀରୁ ପୁଅର ମୃତଦେହ ଉଦ୍ଧାର ହୋଇଛି। ହେଲେ ସକାଳ ସକାଳୁ ଆଜି ଗାଁ ନିକଟ ପରିତ୍ୟକ୍ତ ପଥର ଖାଦାନରେ ମୃତଦେହ ଦେଖି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ।
ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ ଶିଶୁଙ୍କ ବାପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବାଉରୀ ରାଉତ ପୁଣି ଥରେ ବିବାହ କରିବାକୁ ଯୋଜନା କରି ପିଲାକୁ ମାରି ପଥର ଖାଦାନ ପାଣିକୁ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।