ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ।ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିପରି ଏଭଳି ଘଟଣା ଘଟିଲା, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଆଉ ଏହାକୁ ଟିକିନିଖି କରିବା ଦେଖିବା ପରେ ରୂପାଲି ଛକର ଉଭୟ ପାର୍ଶ୍ୱରେ ପାଖାପାଖି ୪ଟି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଲା। ପ୍ରଶ୍ନ ଉଠୁଛି କି ପାକିସ୍ତାନ ପତାକା ଲଗାଇବା ପଛରେ କି ଉଦ୍ଦେଶ୍ୟ ରହିଛି। ଏହା ଏକ ସମ୍ୱେଦନଶୀଳ ବିଷୟ, କେଉଁ ପରିସ୍ଥିତିରେ ଏହି ପତାକା ଲଗାଯାଇଛି ଏବଂ କିଏ ଲଗାଇଛି ତାହା ଉପରେ ତଦନ୍ତ ଜାରି ରହିଛି।
