ଡ୍ରଫ୍ ‌ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ସର୍ଭେ ଆରମ୍ଭ

ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିବା ନେଇ ବୁଧବାରଠୁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବ। ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ ।ଆଦୌ ସ୍କୁଲ ମାଟି ମାଡ଼ି ନଥିବା ପିଲାଙ୍କୁ ଗୁରୁତ୍ବ ଦିଆଯିବ। ଯଦି ସ୍କୁଲ ଯାଇ ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି ତାହା ହେଲେ କେଉଁ ବିଦ୍ୟାଳୟରେ ପଢୁଥିଲେ ତାହା ମଧ୍ୟ ଉଲ୍ଲେଖ କରିବେ। କେଉଁ କାରଣ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ। ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital