ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ କହିଛନ୍ତି ଯେ, ଧାମ ତିଆରି ନାମକରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ। ଏଥିପାଇଁ ହିନ୍ଦି ସଂସ୍କୃତିରେ ଅଲଗା ପରମ୍ପରା ଅଛି। ଏଥିପାଇଁ ଫଳ ନିଶ୍ଚୟ ଭୋଗିବେ ଅପେକ୍ଷା କରନ୍ତୁ।କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରର ନାମକରଣ କରିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି ।
