ପାକିସ୍ତାନ ସପକ୍ଷରେ ବାହାରିଲା ଚୀନ

ଭାରତ ସେନାର ସର୍ଜିକାଲ ଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆଡ୍ଡା ଉପରେ କରିଥିବା ଆକ୍ରମଣ ପରେ ଚାଇନା ତା’ର ପୂର୍ବ ନୀତିରୁ ଓଲଟି ପାକିସ୍ତାନକୁ ସଂଯମ ରହିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ପାକିସ୍ତାନର ସମର୍ଥନ କରୁଥିବା ଚାଇନା ଏବେ ଯୁଦ୍ଧର ସମ୍ଭାବନାକୁ ନେଇ ଚିନ୍ତିତ ବୋଲି ଜଣାପଡ଼ିଛି।ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ଚୀନ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ, ସିନ୍ଦୂରର ଜବାବ ଭାରତ ‘ଅପରେସନ ସିନ୍ଦୂର’ରେ ଦେଇଛି। ଅଧିକାରୀଙ୍କ ଅନୁଯାୟୀ, “ଅପରେସନ ସିନ୍ଦୁର” ଅଧୀନରେ ପାକିସ୍ତାନ ବିରୋଧରେ ୯ ଟାର୍ଗେଟ ହୋଇଥିବା ବେଳେ, ପାକିସ୍ତାନରେ ଚାରିଟି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାଞ୍ଚଟି ସ୍ଥାନରେ ଘମାଘୋଟ ଏୟାର ଷ୍ଟ୍ରାଇକ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ର ଆଡ଼ୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିର ବିଷୟରେ ଗୁଇନ୍ଦା ସୂଚନା ପାଇବା ପରେ ଭାରତୀୟ ବାୟୁସେନା ଦ୍ୱାରା ଏହି ସବୁ ସ୍ଥାନ ଉପରେ ହଙ୍କ କରାଯାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital