ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ଭୁବନେଶ୍ଵର ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍ କରାଯାଇଛି । ଭୁବନେଶ୍ଵରରୁ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍‌ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ । ଭୁବନେଶ୍ଵର ପାଟ୍‌ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital