ବିବାହିତା ମହିଳାଙ୍କୁ ପ୍ରେମକରି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲା ଯୁବକ ।

ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଥିଲେ । ସେ ତାଙ୍କ ବାପଘରକୁ ଆସିଥିଲେ । ବିବାହିତା ମହିଳାଙ୍କୁ ପ୍ରେମ କରୁଥିବା ପାଟଣାଗଡ ଅଞ୍ଚଳର ଜଣେ ଯୁବକ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ଏବଂ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ଦଉଡିରେ ବାନ୍ଧି ଦେଇଥିଲେ ମହିଳାଙ୍କ ସ୍ବାମୀ । ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ପଢନ୍ତୁ

kc ads