ମୋଷ୍ଟୱାଣ୍ଟେଡ୍ ମାଓବାଦୀ ବାସବରାଜୁ ନିପାତ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।

ଅଧିକ ପଢନ୍ତୁ

kc ads