ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସ୍ଵାମୀ।

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ତାର ସ୍ଵାମୀ। ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା । 

 ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ ।  ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ । ଦୀର୍ଘ ସମୟ ଧରି ଅନ୍ଧାର ରାସ୍ତାରେ ପଡି ରହିଥିବା ବେଳେ ଅବସ୍ଥା ଗୁରୁତର ହୋଇଥିଲା ।  ପରେ ଦରିପାଳ ଗାଁର ସୁମିତ୍ରା ପାଏକ ତାଙ୍କୁ ନିଜ ଘରେ ରଖିବା ସହ ଆମ୍ବୁଲାନ୍ସରେ ହସ୍ପିଟାଲରେ ନେଇଥିଲେ ।  ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ସେପଟେ ସ୍ବାମୀକୁ ଆଣି ମେଡିକାଲ ପହଂଚାଇଛନ୍ତି ଦରିପାଳ ଗ୍ରାମବାସୀ ।

ଅଧିକ ପଢନ୍ତୁ

kc ads