ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଠାବ ହୋଇଛି ।ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଦମ୍ପତି ପ୍ରାଣ ହାରିଛନ୍ତି, ତାହା ଅସ୍ପଷ୍ଟ ଅଛି ।ଦେଢ଼ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ। ମୃତକ ହେଲେ ଅଭି ଝୋଡ଼ିଆ ଓ ସ୍ତ୍ରୀ ଅମିତା ଝୋଡ଼ିଆ। ତେବେ ମୃତ୍ୟୁ ପଛରେ କେହି ଦାୟୀ ନୁହନ୍ତି ବୋଲି ଉଭୟଙ୍କ ପରିବାର ପୋଲିସକୁ ଲିଖିତ ଆକାରରେ ଅବଗତ କରାଇଛନ୍ତି। ତେବେ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବ। ତେଣୁ ସେମାନେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି।
