ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା ।

ସ୍ନାନପୂର୍ଣ୍ଣିମାରେ ପୁରୀରେ ହତ୍ୟାକାଣ୍ଡ । ଗୁଡିଆ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ । ତାଙ୍କ ବୟସ ୮୩ ବର୍ଷ ବୋଲି କୁହାଯାଉଛି । ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି ।ଦେବସ୍ନାନ ପୂର୍ଣ୍ଣମୀରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବାହାରେ ଫିଙ୍ଗିବା ବେଳେ ସିସିଟିଭିରେ ଭିଡିଓ କଏଦ ହୋଇଛି ।

ଅଧିକ ପଢନ୍ତୁ

kc ads