ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ । ପରବର୍ତ୍ତୀ ସମୟରେ ଆଧାର କାର୍ଡ କରି ସ୍କୁଲରେ ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ସ୍କୁଲ ଡ୍ରପ୍ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।