ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।ଏୟାରଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତରେ ରହିଥିବାରୁ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ଟାଟା ବହନ କରିବ।
