ସେମାନଙ୍କ ହକ ଓ ଅଧିକାର ପାଇଁ ଯୁବ ସମାଜ ଆଗେଇ ଆସନ୍ତୁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି l “ପ୍ରୟାଗ ଖବର” ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହକୁ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଉଦଘାଟନ କରିବା ଦେଖିବାକୁ ମିଳିଥିଲା l
ମହିଳା ସଶକ୍ତି କରଣ ଏବଂ ଦଳିତ ନିଷ୍ପେସିତ, ଅବହେଳିତ ମାନଙ୍କ ଉନ୍ନତି ପାଇଁ ଗଣମାଧ୍ୟମ ସବୁବେଳେ ବଡ଼ ଭୂମିକା ନିର୍ବାହ କରୁଥିବାରୁ “ପ୍ରୟାଗ ଖବର” ପରିବାରକୁ ଡାକ୍ତର ମାରାଣ୍ଡି ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ l
ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ଯୁବ ସାମ୍ବାଦିକ ରଜତ ମହାନ୍ତିଙ୍କ ପୌରହୀତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଅଲମ୍ପିକ ବିଜେତା ଦୌଡ଼ରାଣୀ ଡକ୍ଟର ଦୂତୀଚାନ୍ଦ ଯୋଗଦେଇ, ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହନର କୌଣସି ଅଭାବ ରହିବନାହିଁ ବୋଲି କହିଥିଲେ l ଏଥି ସହିତ ସମାଜରେ ଭଲକାମ କରିବାପାଇଁ ଯୁବ ସମାଜ ସଂକଳ୍ପ ନେବାକୁ ଡକ୍ଟର ଚାନ୍ଦ ଆହ୍ୱାନ ଦେଇଥିଲେ l

ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇଥିଲେ l ମାନବିକତା ଓ ପରୋପକାର ଭାବନା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତର ମହାପାତ୍ର କହିଥିଲେ l
ଆହାନା ହସ୍ପିଟାଲର ଡାକ୍ତର ମଧୁମିତା ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ, ଏକ ସୁସ୍ଥ ସମାଜ ଗଠନରେ ନାରୀ ଓ ପୁରୁଷ ଭିତରେ କୌଣସି ଭେଦଭାବ ନରହୁ ବୋଲି ମତବ୍ୟକ୍ତ ଥିଲେ l
ଏହି ଅବସରରେ କଳା, ସାହିତ୍ୟ, କ୍ରୀଡା, ସାମ୍ବାଦିକତା, ସମାଜସେବା ଏବଂ ନୃତ୍ୟ, ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଚାଶରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ନିରନ୍ତର ସମାଜସେବା,ନିରପେକ୍ଷ ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ସଫଳତା ପାଇଁ ବିରୂପା ସାହିତ୍ୟ ସଂସଦର ସମ୍ପାଦକ କବି ଅଖିଳେଶ ମହାନ୍ତିଙ୍କୁ ମୁଖ୍ୟ ଅତିଥି ଡାକ୍ତର ମାରାଣ୍ଡି ପୁଷ୍ପଗୁଛ, ଉତ୍ତରୀୟ, ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ
କରିଥିଲେ l