ବଢିଲା ପୁଣି ଓମ୍ଫେଡ୍ କ୍ଷୀରର ଦାମ୍ । ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । ଓମ୍ଫେଡ୍ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍ ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ବାକି ଓମ୍ଫେଡ୍ ଗୋଲ୍ଟ ମିଲ୍କ ଲିଟର୍ ପିଛା ୫୨ ଥିଲା । ଏବେ ଏହା ବଢି ୫୬ ଟଙ୍କା ହୋଇଛି । ଏନେଇ ଓମଫେଡ୍ ପକ୍ଷରୁ ଦିଆଗଲା ସୂଚନା।ପୂର୍ବରୁ ଜୁନ ୧ ତାରିଖରେ କ୍ଷୀରର ରେଟ୍ ବୃୃଦ୍ଧି କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଯାହା ଆଜି ଲାଗୁ ହୋଇଛି। ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର। ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର। ଯାହା ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି।ସେହିପରି ଓମ୍ଫେଡ୍ ଟନ୍ଡ୍ ମିଲ୍କ ଲିଟର ପିଛା ୪୬ ଟଙ୍କା ଥିଲା । ଆଉ ବର୍ଦ୍ଧିତ ଦର ପରେ ୫୦ଟଙ୍କାରେ ପହଞ୍ଚିଛି ।
