ଅସ୍ତ୍ରୋପଚାର ପରେ ଆଜି ଅଳ୍ପ ଚଲାବୁଲା କରିଛନ୍ତି – ବଡ଼ ଭାଇ ପ୍ରେମ ପଟ୍ଟନାୟକ।

ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ନବୀନ । ଆଜି ଅଳ୍ପ ଚଲାବୁଲା କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେ କହିଛନ୍ତି ।ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥିଲେ।ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଥିଲା ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଥିଲେ । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଅଧିକ ପଢନ୍ତୁ

kc ads