ଏଥର ଖରା ଛୁଟିରେ ପିଲାଏ ପଢ଼ିବେ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ। ପିଲାଙ୍କୁ ହ୍ବାଟ୍ସଆପରେ ଦିଆଯିବ ସମର ଲର୍ଣ୍ଣିଂ। ଏନେଇ ମଙ୍ଗଳବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ଜାରି ହୋଇଛି ମାର୍ଗଦର୍ଶିକା।ହ୍ବାଟ୍ପଆପ୍ ଜରିଆରେ କ୍ଲାସ ଅନୁସାରେ ଦିଆଯିବ ପାଠ ଏବଂ ଅଡିଓ ଭିଜୁଆଲ ତଥ୍ୟ । ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଫର ଷ୍ଟୁଡେଣ୍ଟସ କାର୍ଯ୍ୟକ୍ରମର ଟାଇମ ଟେବୁଲ ପ୍ରକାଶିତ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ସବୁ ଡିଇଓଙ୍କୁ ଓସେପାର ଚିଠି । ଏପ୍ରିଲ ୨୫ସୁଦ୍ଧା ଗ୍ରୁପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକଙ୍କ ହ୍ବାଟ୍ସଆପ୍ରେ ଦିଆଯିବ ପାଠ ।
