ଅଧାଲଣ୍ଡା କରି ୨ଜଣଙ୍କୁ ଆଣ୍ଠେଇବା ଘଟଣା, ଚିକିତ୍ସା ପାଇଁ ପ୍ରତି ପରିବାରକୁ ମିଳିଲା ୧୦ ହଜାର

ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରୀଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି ।ଗୋ-ରକ୍ଷକ ସଂଗଠନ ନାମରେ ବେଆଇନ ଭାବେ ଅର୍ଥ ଆଦାୟ କରିବା ଓ ଆଇନ ହାତକୁ ନେବା ବ୍ୟକ୍ତିମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନେଇଛନ୍ତି।ଅଭିଯୋଗ ପରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଧରାକୋଟ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୀଡ଼ିତ ଯୁବକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଉପଜିଲ୍ଲାପାଳ ୧୦ ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଆଯିବାର ପ୍ରତିଶୃତି ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads