୧୭୫ଟି ଆଇସକ୍ରିମ୍ କାଠି ଓ ୫୫୧ଟି ତୁଳସୀ ମାଳିରେ ନନ୍ଦିଘୋଷ ରଥ

ଆସନ୍ତା ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ଏବେ ପୁରୀ ଅଭିମୁଖେ । ଏହି ସମୟ ମଧ୍ୟରେ ପୁରୀର ଜଣେ ଯୁବ ଶିଳ୍ପୀ ନୂତନ ଆଇସକ୍ରିମ କାଠି ବ୍ୟବହାର କରି ଏକ ସୁନ୍ଦର କୁନି ରଥ ଟିଏ ପ୍ରସ୍ତୁତ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋରମ ହୋଇଛି । ତାଙ୍କର ଏହି କଳାକୃତି ସମସ୍ତଙ୍କ ମନକୁ ବେଶ ପ୍ରଭାବିତ କରିଛି ।ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍ ନାୟକ ନୂଆ ଆଇସକ୍ରିମ୍ କାଠି ବ୍ୟବହାର କରି ଏହି ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି । ଜଣେ କଳାକାର ଭାବରେ ସେ ନୂତନ ଆଇସକ୍ରିମ୍ କାଠିରେ ତିଆରି କରିଛନ୍ତି ଏହି କୁନି ରଥ । ଖାଲି ଆଇସକ୍ରିମ୍ କାଠି ନୁହେଁ ଏହା ସହ ପବିତ୍ର ତୁଳସୀ ମାଳି ଏବଂ ଅଠା ବ୍ୟବହାର କରି ପ୍ରଭୁ ଜଗନ୍ନାଥ ରଥର ଏକ କ୍ଷୁଦ୍ର ଚିତ୍ର ତିଆରି କରିଛନ୍ତି । ଏହାର ଉଚ୍ଚତା ୮ ଇଞ୍ଚ ଏବଂ ପ୍ରସ୍ଥ ୭ ଇଞ୍ଚ ରହିଛି । ଏହି କଳାକୃତିରେ ମୋଟ ୧୭୫ ଟି ଆଇସକ୍ରିମ୍ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରାଯାଇଛି । ଯେଉଁଥିରେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ସେ ଏହି ରଥକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ।

ଅଧିକ ପଢନ୍ତୁ

kc ads