ରଥଟଣାରେ ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ Xରେ ପୋଷ୍ଟ କରି ନବୀନ କହିଛନ୍ତି, ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ଗତ କାଲିର ନନ୍ଦିଘୋଷ ରଥ ଟାଣିବାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେବ ନାହିଁ । ସୂଚନାମୁତାବକ ଗତକାଲି ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ ଗଡିଥିଲା ନନ୍ଦିଘୋଷ । ଏହାପରେ ଆଜି ପୁଣି ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂରତି । ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି । କାହିଁକି ଏପରି ବିଭ୍ରାଟ ହେଲେ ବୋଲି ବିରୋଧୀ ଅଙ୍ଗୁଳି ଉଠାଇଥିବା ବେଳେ ସରକାରଙ୍କୁ ପ୍ରଶ୍ନର କାଠଗଡାକୁ ଟାଣିଛନ୍ତି ଭକ୍ତ ।

ଅଧିକ ପଢନ୍ତୁ

kc ads