RAW ର ନୂତନ ମୁଖ୍ୟ ଭାବେ ପରାଗ ଜୈନ ନିଯୁକ୍ତ

ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପରାଗ। ତାଙ୍କୁ ପାକିସ୍ତାନ ମାମଲାର ବିଶେଷଜ୍ଞ ଭାବରେ ମଧ୍ୟ ଜଣାଯାଏ।ପରାଗ ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର।ଉଲ୍ଲେଖନୀୟ ଯେ, ୨୧ ସେପ୍ଟେମ୍ବର ୧୯୬୮ ରେ ଭାରତୀୟ ଗୁଇନ୍ଦା ସଂସ୍ଥା RAW ର ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥାର ପ୍ରଥମ ମୁଖ୍ୟ ଆରଏନ୍ କାଭ୍ ଥିଲେ। ଏହି ଏଜେନ୍ସିର ମୁଖ୍ୟକାମ ହେଲା ବିଦେଶୀମାନେ ଭାରତ ବିରୋଧରେ କେଉଁଠି ଓ କିଭଳି ଷଡଯନ୍ତ୍ର କରୁଛନ୍ତି ତା’ର ସୂଚନା ସଂଗ୍ରହ କରିବା। ନୂଆଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି। ଏହାର ସିକ୍ରେଟ ମିସନ୍ ମଧ୍ୟ ରହିଥାଏ। ‘ର’ ମୁଖ୍ୟ ନିଜର ପ୍ରତିଦିନର ରିପୋର୍ଟ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜରଙ୍କୁ ଦେଇଥାନ୍ତି।

ଅଧିକ ପଢନ୍ତୁ

kc ads