ବିଜେପି ବିଧାୟକଙ୍କ ଗାଡିରେ ଚୋରା ଗଞ୍ଜେଇ ଓ ମଦ ଚାଲାଣ !ଏନେଇ କୌଣସି କେସ୍ ଵି ହୋଇନି : ବିଜେଡି

ତିନି ଦିନ ତଳେ ଭୁବନେଶ୍ୱର ନାଲକୋ ଛକରେ ବାରିପଦା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ସେଥିରୁ ମଦ ଓ ଗଞ୍ଜେଇ ବାହାରିଥିଲା। ହେଲେ ଏ ଯାଏଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଏହି ଗାଡ଼ିରେ ବିଧାୟକଙ୍କ ପୁଅ ଓ ତାଙ୍କ ପାଞ୍ଚ ଜଣ ସହଯୋଗୀ ଥିଲେ। ଆଜି ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି କହିଥିଲେ, ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ନାଲକୋ ଛକରେ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଦୁର୍ଘଟଣା ବେଳେ ବିଧାୟକ ଶ୍ରୀ ପ୍ରକାଶ ସୋରେନଙ୍କ ପୁଅ ଓ ତାଙ୍କର ପାଞ୍ଚ ଜଣ ସହଯୋଗୀ ଏହି ଗାଡ଼ିରେ ଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ଯାଇଥିଲେ।

ଦୁର୍ଘଟଣା ସମୟରେ, ବିଧାୟକଙ୍କ ଗାଡ଼ିରେ ମଦ ବୋତଲ ଓ ଗଂଜେଇ ଥିବାର ସ୍ଥାନୀୟ ଜନସାଧାରଣ ଦେଖିବା ପରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ, ଯାହା ଭାଇରାଲ ହୋଇଛି। ବିଧାୟକଙ୍କ ଗାଡ଼ିରେ ମଦ ଗଞ୍ଜେଇ ଇତ୍ୟାଦି ଚାଲାଣ ହେବା ଏନଡିପିଏସ ଆଇନର ଉଲ୍ଲଂଘନ ଏବଂ ଏକ ସଂଗୀନ ଅପରାଧ। ବିଧାୟକ ପ୍ରକାଶ ସୋରେନ ଏହି ଘଟଣାକୁ ଚାପିଦେବା ଉଦ୍ଦେଶ୍ୟରେ ଘଟଣାକୁ ଅସ୍ୱୀକାର କରି ତାଙ୍କ ପୁଅ ଓ ସହଚରମାନଙ୍କୁ କ୍ଲିନଚିଟ ଦେବାକୁ ପ୍ରୟାସ କରୁଛନ୍ତି।ଏନେଇ କୌଣସି କେସ୍ ଵି ହୋଇନି। କି ତଦନ୍ତ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସମସ୍ତଙ୍କୁ ଗିରଫ କରାଯାଉ। ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ ହେଉଛି।

ଅଧିକ ପଢନ୍ତୁ

kc ads