ଧାମରା ମୁହାଁଣରୁ ଧରା ହୋଇଛି ଦୁଇଟି ତେଲିଆ ମାଛ, ଦାମ୍ ଲକ୍ଷ ଲକ୍ଷ ଟଙ୍କା

ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ।ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ।ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ ଟଙ୍କାରେ ବିକ୍ରି ହୋଇଛି। ଗଭୀର ସମୁନ୍ଦ୍ରରୁ ଧରିବା ପରେ ଏହି ମାଛକୁ ଧାମରା ଚାନ୍ଦିନୀପାଳ ସ୍ଥିତି କଣ୍ଟାରେ ଓଜନ କରାଯାଇଛି। ଆଉ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital