ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ୧୪ ଜୁଲାଇରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ।ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିବେ। ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ୧୮ ଦିନ ରହିଛି ରହଣି। ତେବେ ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା।ସେ କହିଛନ୍ତି “ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା। ଆଜିର ଭାରତର ମହାକାଶରୁ ମହତ୍ୱାକାଂକ୍ଷୀ ଦିଶୁଛି”। ତେବେ ଶୁଭାଂଶୁ ଶୁକ୍ଲାଙ୍କ ବାପା ମା’ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ । ନିଜର ମିଶନ ପୁରା କରିବା ପରେ ଫେରିବେ ଶୁଭାଂଶୁ । ଶୁଭାଂଶୁଙ୍କୁ ବ୍ୟାଣ୍ଡବାଜା ସହିତ ସ୍ବାଗତ କରାଯିବ ।
ସୂଚନାଯୋଗ୍ୟ, ଜୁନ୍ ୨୫ରେ ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଥିଲା ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି ।