ଜଗନ୍ନାଥ ବଲ୍ଳଭରେ ବନ୍ଧା ହୋଇ ପଡିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି  

ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭରେ ଏକ ଦୃଶ୍ୟ ଭକ୍ତଙ୍କୁ ମର୍ମାହତ କରୁଛି ।  ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ  l ୨୦୨୪ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଭବ୍ୟ ପ୍ରସ୍ତୁତି କରାଯାଇଥିଲା  l  ଜଗନ୍ନାଥ ବଲ୍ଳଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ମହାପ୍ରଭୁଙ୍କ ୨୫ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା ।

ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା  l  ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତାର୍ଥ ହେଉଥିଲେ  l ଏବେ ଠାକୁରମାନଙ୍କୁ ଏଠି ଅଲୋଡ଼ା କରି ଛାଡ଼ି ଦିଆଯାଇଛି । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅଧିକ ପଢନ୍ତୁ

Odisha Darpan Digital