ନିଜ ଅଫିସକୁ ଭଡ଼ାରେ ଦେଲେ ଅମିତାଭ କିନ୍ତୁ କାହିଁକି ??

ବଲିଉଡ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ । ପୁଣି ଥରେ ସେ ଚର୍ଚ୍ଚାର ଭିତରକୁ ଆସିଛନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ ଲିଜ ଦେଇଛନ୍ତି। ଏହି ସମ୍ପତ୍ତି ୧୦ ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି ।ସୁପରଷ୍ଟାର ଅଗଷ୍ଟ ୨୦୨୩ରେ ଏହି ଚାରୋଟି ସମ୍ପତ୍ତି କ୍ରୟ କରିଥିଲେ। ଏଗୁଡ଼ିକର ପ୍ରତ୍ୟେକର ମୂଲ୍ୟ ୭.୧୮କୋଟି ଟଙ୍କା। ନିକଟରେ ଅନେକ ବଲିଉଡ ତାରକା ମୁମ୍ବାଇର ସମ୍ପତ୍ତି ବଜାରରେ ଟଙ୍କା ବିନିଯୋଗ କରିଛନ୍ତି। ଭଡାରେ ବର୍ଷକୁ ୨ କୋଟି ମିଳିବ |

ଏଥିରୁ ପ୍ରଥମ ୩ ବର୍ଷ ପାଇଁ ଏକ ଲକ-ଇନ ଅବଧି ରହିବ। ୱାର୍ଣ୍ଣର ଏଥିରେ ୧୨ ଟି ପାର୍କିଂ ସ୍ଥାନ ମଧ୍ୟ ପାଇବେ। ବର୍ତ୍ତମାନ କମ୍ପାନୀ ବର୍ଗଫୁଟ ପିଛା ୧୭୦ ଟଙ୍କା ମୂଲ୍ୟରେ ଭଡା ପ୍ରଦାନ କରିବ। ତିନି ବର୍ଷ ପରେ, ଭଡା ୧୫ ପ୍ରତିଶତ ବୃଦ୍ଧି ପାଇବ।

ଅଧିକ ପଢନ୍ତୁ

Odisha Darpan Digital