ବିଷାକ୍ତ ସାପମାନଙ୍କୁ ବେକରେ ପକାଇ, ହାତରେ ଧରି ବାହାରନ୍ତି ଶୋଭାଯାତ୍ରାରେ

ବିହାରର ସମସ୍ତୀପୁର ଜିଲାର ସିଂହିଆ ଘାଟରେ ଚଳିତ ସପ୍ତାହରେ ନାଗ ପଞ୍ଚମୀ ମେଳାରେ ଶତାଧିକ ଭକ୍ତ ସାପ ଧରି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଏହି ଐତିହ୍ୟ ମେଳା ସିଂହିଆ ବଜାରର ମା’ ଭାଗବତୀ ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା ଏକ ପରମ୍ପରାର ପ୍ରତୀକ । ଏଠାରେ କେବଳ ସାପ କେଳା ନୁହନ୍ତି, ବରଂ ସାଧାରଣ ଲୋକ, ଏପରିକି ପିଲାମାନେ ମଧ୍ୟ ନିର୍ଭୟରେ ବିଷାକ୍ତ ସାପମାନଙ୍କୁ ବେକରେ ପକାଇ, ହାତରେ ଧରି ଖେଳୁଥିବାର ଦେଖାଯାନ୍ତି । ଭକ୍ତମାନେ ସ୍ଥାନୀୟ ନାଗ ଦେବୀ ମାତା ବିଷହରୀଙ୍କ ନାମ ଜପ କରି ପୂଜା ଅର୍ପଣ କରିଥିଲେ। କେତେକ ଭକ୍ତ ମୁଖରେ ସାପ ଧରି ଅସାଧାରଣ କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜଣାପଡ଼ିଛି। ପୂଜା ଶେଷ ହେବା ପରେ ସାପମାନଙ୍କୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଏହି ମେଳାରେ କେବଳ ସମସ୍ତିପୁର ନୁହେଁ, ବରଂ ପାଖାପାଖି ଜିଲ୍ଲା ଯେପରିକି ଖଗାରିଆ, ସହରସା, ବେଗୁସରାଇ ଏବଂ ମୁଜାଫରପୁରରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦିଅନ୍ତି । ସମସ୍ତିପୁରର ଏହି ସର୍ପ ମେଳା ମନୁଷ୍ୟ ଏବଂ ବନ୍ୟଜୀବଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଅଦ୍ଭୁତ ନିଦର୍ଶନ । ଏହା ଏକ ପଟେ ଯେତିକି ଭୟ ସୃଷ୍ଟି କରେ, ଅନ୍ୟପଟେ ଆସ୍ଥା, ଭକ୍ତି ଏବଂ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ, ଯାହା ବାସ୍ତବରେ ଅବିଶ୍ୱସନୀୟ ।

ଅଧିକ ପଢନ୍ତୁ

kc ads