ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ତେଣୁ ତାଙ୍କୁ ନିଲମ୍ୱନ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ନିଲମ୍ୱିତ ପ୍ରଧାନ ଶିକ୍ଷକ ହେଉଛନ୍ତି ବୃଷଭାନୁ ନାୟକ । ଏହି ଘଟଣା ଘଟିଛି ନକ୍ଷତ୍ର ମାଳିନୀ ହାଇସ୍କୁଲ ରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀ ଙ୍କ ସହିତ ,ପ୍ରେମ ପାଠ ପଢ ମୁଁ ତୋତେ ଅଧିକ ମାର୍କ ଦେବି ଇତ୍ୟାଦି ଅଶ୍ଳୀଳ କଥା କହି ଛାତ୍ରୀଙ୍କୁ ହଇରାଣ କରୁଥିଲେ |
ଆଉ ଅଡିଓ ଭାଇରାଲ ଘଟଣାରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ନକ୍ଷେତ୍ର ମାଲିଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୃଷଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି ।