ଜେକେ କାଗଜ କଳ, ଜେକେପୁର ତରଫରୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ସହଯୋଗ ରେ କୋଲନରା ବ୍ଲକ ର ପୀତେଶ ଗ୍ରାମରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ 59 ଜଣଙ୍କର ପରୀକ୍ଷା କରାଯାଇଥିଲା। 9 ଜଣ ମୋତିଆବିନ୍ଦୁ ରୋଗୀ, 5 ଜଣ ଟେରୀଜିମ୍ ଓ 25 ଜଣ ଦୃଷ୍ଟି ଦୋଷ ରୋଗୀ ଚିହ୍ନଟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ 14 ଜଣଙ୍କୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା। ଆଜି 25 ଜଣ ଦୃଷ୍ଟି ଦୋଷ ରୋଗୀ ଙ୍କୁ ଚସମା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅସ୍ତ୍ରୋପଚାର ରୋଗୀ ଙ୍କୁ ଚସମା ପ୍ରଦାନ କରାଯିବ। ସାମାଜିକ ଦାୟିତ୍ଵ ବିଭାଗ ର ଅଧିକାରୀ ହରି ହର ଖମାରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜେକେ କାଗଜ କଳ ର ଏହି ଉଦ୍ୟମ କୁ ପୀତେଶ ଗ୍ରାମବାସୀ ପ୍ରସଂଶା କରିଛନ୍ତି।
