ଆଜି ହେଉଛି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ମଧ୍ୟ ଭୟଙ୍କର । ଏହି ରୋଗ ପରବର୍ତ୍ତୀ ସମୟରେ ଲିଭର ସୋରାସିସ୍ ଓ ଲିଭର କ୍ୟାନସର୍ ଭଳି ରୋଗ ସୃଷ୍ଟି କରିଥାଏ। ଭାଇରାଲ୍ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ଭଳି ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ। ଏହି ରୋଗ ବିଶ୍ଵବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଭାରତରେ ପ୍ରାୟ ୧୦% ଭାଗ ରହିଛି। ଏହି ଦିନଟି ଡକ୍ଟର ବାରୁତ୍ ତୁମବାର୍ଗଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ, ଯିଏ ହେପାଟାଇଟିସ୍ ଓ ଭାଇରସ୍ ଅନ୍ବେଷଣ କରିଥିଲେ ଓ ଏହା ପାଇଁ ଡାଇଗ୍ଲୋଷ୍ଠିକ୍ ପରୀକ୍ଷା ଓ ଟୀକା ବିକାଶ କରିଥିଲେ।ଏହି ଦିବସ ଭୂତାଣୁ ଜନିତ ହେପାଟାଇଟିସ ଏବଂ ଏହାର ବିଭିନ୍ନ ଜଟିଳତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ହେପାଟାଇଟିସ୍ ବିଶେଷକରି ବି ଓ ସି, ଦୀର୍ଘକାଳୀନ ଯକୃତ ପ୍ରଦାହ ସୃଷ୍ଟି କରେ, ଯାହା ଚିକିତ୍ସା ନ କଲେ ସିରୋସିସ୍, ଯକୃତ ବିଫଳତା ବା ଯକୃତ କ୍ୟାନ୍ସର ହେବାର ସମ୍ଭାବନା ବଢ଼ିଯାଏ। ଏହି ରୋଗର ବୋଝ ବଢ଼ିଚାଲିଥିବାରୁ, ବିଶ୍ବ ହେପାଟାଇଟିସ ଦିବସ ୨୦୨୫ ଏହାର ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ଉପରେ ଜୋର ଦେଉଛି, କାରଣ ଏହା ଏକ ପ୍ରତିରୋଧଯୋଗ୍ୟ ଓ ଚିକିତ୍ସାଯୋଗ୍ୟ ରୋଗ।
