ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।ଏହି ସମୟରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ ଭିଡିଓ କରାଯିବ । ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ବୟାନ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଓ ବଳଙ୍ଗା ଥାନାର ମହିଳା ଏଆଇସି ।
