ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଦ୍ରୁତ ଏବଂ ଆରାମଦାୟକ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ କୋଚ୍ ସଂଖ୍ୟା ଦୁଇଗୁଣ ବଢ଼ିଲା । ଏହି ଟ୍ରେନ ପୂର୍ବରୁ ୮ଟି କୋଚ୍ରେ ଚାଲୁଥିବା ବେଳେ ଆସନ୍ତା ଅଗଷ୍ଟ ୭ରୁ ୧୬ଟି କୋଚ୍ ସହିତ ଚଳାଚଳ କରିବ । କୋଚ୍ ସଂଖ୍ୟା ବଢ଼ାଇବା ପାଇଁ ଆଠଟି ନୂଆ ଏସି ଚେୟାର କାର୍ କୋଚ୍ ଯୋଡ଼ାଯାଇଛି । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଲମ୍ବା ୱେଟିଂ ତାଲିକାରେ ରହିବାକୁ ପଡ଼ିବ ନାହିଁ । କୋଚ୍ ସଂଖ୍ୟା ବଢ଼ିବା ପରେ ୧୨ଟି ଏସି ଚେୟାର କାର୍ କୋଚ୍, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ରହିବ । କୋଚ ସଂଖ୍ୟା ବଢ଼ିବା ଦ୍ୱାରା ଅଧିକ ଯାତ୍ରୀ ଲାଭ ପାଇପାରିବେ । ଏହି ଟ୍ରେନ ପ୍ରାୟ ୭.୫ ଘଣ୍ଟାରେ ୫୦୫ କିଲୋମିଟର ଦୂରତା ଯାତ୍ରା କରିଥାଏ । ଟ୍ରେନ୍ଟି ମଙ୍ଗଳବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚଳାଚଳ କରୁଛି । ପୁରୀରୁ ରାଉରକେଲା ମଧ୍ୟରେ ନଅଟି ଷ୍ଟେସନରେ ରହୁଛି । ଖୋର୍ଦ୍ଧା ରୋଡ୍ ଜଙ୍କସନ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ୱଲପୁର ସିଟି ଏବଂ ଝାରସୁଗୁଡ଼ା ଜଙ୍କସନ୍ରେ ରହୁଛି।
