ଓଡ଼ିଶାରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ

ରାଜ୍ୟରେ ଡରାଇଲାଣି କୋଭିଡ । ସାରା ଓଡ଼ିଶାରେ ଚିହ୍ନଟ ହେବାରେ ଲାଗିଲେଣି ନୂଆ ନୂଆ ଆକ୍ରାନ୍ତ । ଏହାରି ଭିତରେ ନଜର ନଜର ଆସିଛି ଜେଏନ.୧| ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଏନେଇ ସ୍ପଷ୍ଟ କରିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଲାଗିରହୁଛି ସେମାନଙ୍କୁ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ଭଳି କରୋନା ଟେଷ୍ଟିଂ ସେଣ୍ଟର ସବୁବେଳେ ଖୋଲା ରହୁଥିବା ନେଇ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ