ବିଡିଏ ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀଗୁଡ଼ିକ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସ , 6ଟି ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପୋଲିସ ଏବଂ ୬୦ଟି ପୋଲିସ କନଷ୍ଟେବଲ ପଦବୀ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍‌ ଓ ୫ଟି ରିଜର୍ଭ ଟିମ୍‌ର ଆବଶ୍ୟକତା ଥିଲା। ପ୍ରତି ଟିମ୍‌ରେ ୨ଜଣ ପୋଲିସ କନଷ୍ଟେବଳ ରହିବେ।

ଏହି ଟିମ୍‌ଗୁଡ଼ିକର ସମନ୍ବୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର ଏବଂ ୬ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର କାର୍ଯ୍ୟ କରିବେ।

ଅଧିକ ପଢନ୍ତୁ