ପୋଲିସ ପରିଚୟ ଦେଲେ ଆଉ ସୁନାଗହଣା ନେଇ ଫେରାର ହୋଇଗଲେ

ପୁଲିସ ପରିଚୟ ଦେଲେ, ସୁନା ଅଳଙ୍କାର ନେଇ ଚାଲିଗଲେ ।ଏଭଳି ଘଟଣା ଅନୁଗୁଳ ସହରରେ ଘଟିଥିବା ବେଳେ ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାଯୋଗ୍ୟ ଯେ, କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ୍ ଆଉ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ । ଦିବ୍ୟଜ୍ୟୋତି ହଲ୍ ଛକ ନିକଟରେ ହଠାତ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୋଲିସ ପରିଚୟ ଦେଇଥିଲେ । ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ୍, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିଥିଲେ । ପରେ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି, ଚେନ୍ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ୍ ଗାଡି ଡ଼ିକିରେ ରଖି ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ଗୋଡି ଥିଲା । ଠକାମୀର ଶିକାର ହୋଇଥିବା ଜାଣି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ସିସିଟିଭି ଆଧାରରେ ଯାଞ୍ଚ କରୁଛି ।

ଅଧିକ ପଢନ୍ତୁ

Odisha Darpan Digital